Advertisements

ପୂରି ରଥ

ପୂରି ଯାଇ ଦେଖିଦେଲେ ଥରେ

ଯଦି ମେଣ୍ଟିଯାଆନ୍ତା ସବୁ ଅବଶୋଷ,
ଲୁଣି ସମୁଦ୍ର ରେ ପଖାଳି ଲେ ଦେହ
ଯଦି ଧୋଈଯାନ୍ତ ସବୁ ତକ ପାପ, ।

ବଡ଼ ଦାଣ୍ଡେ ବସିଥିବା ସେ ବଡ଼ ଭିକାରି
ସେବା ନାମେ ଲୁଟୁଥିବା ସେ ବଡ଼ ସେବକ
ମହା ପୁଣ୍ୟ ବଳେ ଭରିଯାଆନ୍ତା ସଭିଙ୍କ ର ପେଟ,
ବଡ଼ ଦାଣ୍ଡେ ନ ଥାନ୍ତେ କେହି ଚୋର ଡକାୟତ
ସ୍ନେହ ଶ୍ରଦ୍ଧା ବାଂଟୁଥାନ୍ତେ ସେବକ ସେବାୟତ ।

©®ସୁମନ୍ତ କୁମାର ପାଢି


ବିଶ୍ୱାସ

[29/06, 1:40 AM] Dr.Sumant Kumar: ଜହ୍ନ ଆସି ମୁଣ୍ଡ ଉପରେ ଦାଉ ଦାଉ ହୋଇ ଜଳି ଲେଣି, ବୋଧ ହୁଏ ରାତି ଅଧେ ହୋଇସାରି ଥିବ ।
ତଥାପି “ସୁମନ” ଆଖିରେ ନିଦ ନାହିଁ।ସେମିତି ସେ ଛାତ ଉପରେ ବସି ବସି ଜହ୍ନ ଆଉ ମେଘ ର ଲୁଚକାଳି ଖେଳ ଦେଖୁଛି,ଏଇ ଭିତରେ କେତେ ଅସରା ବର୍ଷା ରେ ସେ ତିନ୍ତି ସାରିଥିବ ତାର ଖିଆଲ ବି ନାହିଁ ।
“ସୁନେନା” କୁ ସେ କେମିତି ଯେ ବୁଝେଇଵ କେମିତି ବିଶ୍ୱାସ ଦେବ ଯେ ସେ ତାକୁ ନିଜ ପ୍ରାଣ ଠୁଁ ବି ବେଶି ଭଲପାଏ ।ତା ବିନା ସେ ଆଉ କାହା କଳ୍ପନା ବି କରି ପାରେନା ।
ହଁ ବିଶ୍ୱାସ ତ କଉ ଗଛରେ ଫଳେନି ଯେ ସେ ଆଣି
ତା ଅଭିମାନୀ ପ୍ରିୟତମା “ସୁନେନା” କୁ ଆଣି ଦେଇ ଦେବ।
ଆଗକୁ,,
[29/06, 2:00 AM] Dr.Sumant Kumar: ସେ ତାକୁ କେମିତି ବିଶ୍ୱାସ କରେଇବ ଯେ ଜଉ ଝିଅଟା ତା ମୁଖପୁସ୍ତିକା(Facebook)ର କବିତା ରେ ମନ୍ତବ୍ୟ ଦେଇଛି ସେ ତାକୁ ଚିହ୍ନିନି କୀ ଜାଣିନି କି ତା ସହ ତା କିଛି ସଂପର୍କ ବି ନାହିଁ। ଏତିକି କଥାରେ ରାଗିକି ସୁନେନା 2 ଦିନ ହେଲା କଥା ହେଇନି କି ମେସେଜ୍ ର ଉତ୍ତର ବି ଦେଇନି ।ସୁମନ ବି ନିଜକୁ ଦୋଷୀ ଭାବି କାଳିଠୁ ନା ଖାଇଛି ନା ଶୋଇଛି ।ସୁମନ ବି ନିଜକୁ ସାନ୍ତ୍ଵନା ଦେଉଥିଲା ହଁ “ସୁନେନା ତାକୁ କେତେ ଭଲ ପାଉନଥିବ ଯେ ସେ ଏତେ ଛୋଟ କଥାରେ ବି ଅଭିମାନ କରୁଛି।
ଆଉ କେବେ କବିତା ନ ଲେଖିବାର ରାଣ ଖାଇ ବହୁତ ସାହସ ଜୁଟାଇ ଫୋନ ରେ ନଂ.ଟିପିଲା ,ସମୟ 2.30ଭାବିଲା ତା ସୁନେନା କାନ୍ଦି କାନ୍ଦି ବୋଧେ ଶୋଇ ଯାଇଥିବ,ଛୋଟ ଗୋଟେ miss call ଦେବ ଭାବି dial କଲା ।ହେଲେ ଏ କଣ ଯାହା ଶୁଣିଲା କାନ କୁ ବିଶ୍ୱାସ କରିପାରିଲାନି,ଆଉ ଥରେ dial କଲା ପୁଣି ସେଇ ସ୍ୱର”call waiting “ସୁମନ ର ହାତ ଥରିବାକୁ
[29/06, 2:12 AM] Dr.Sumant Kumar: ଲାଗିଲା,ପାଦ ତଳ ମାଟି ଖସିଗଲା ପରିଲାଗିଲା।ଏ କଣ ଯିଏ ଗୋଟେcomment ରେ ଏତେ ଅଭିମାନ କରୁଥିଲା ସେ ରାତି 3 ଟା ରେ ଆଉ କା ସହ ।
ଏମିତି ଘଂଟା ଏ ଚାଲିଗଲା ଆଉ ଏଇ 1 ଘନ୍ଟା ଭିତରେwaiting ହିଁ ଦେଖାଉଥିଲା ।ସେମିତି ରାତି ବରଂ ବିତିଗଲା ସେପଟୁcall back ଆସିଲାନି
By Sumanta ku.padhi